ସ୍ୱାଭିମାନ ଅଂଚଳରେ ଏନକାଉଂଟର ନେଇ ଡିଜିପିଙ୍କ ସୂଚନା, ଦୁଇ ମାଓବାଦୀ ନିହତ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି- ସ୍ୱାଭିମାନ ଅଂଚଳରେ ମାଓ ଏନକାଉଂଟର ନେଇ ଡିଜିପି ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି । ପୋଲିସ ଏନକାଉଂଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।୨ ଜଣଙ୍କ ମଧରୁ ଜଣକର ପରିଚୟ ମିଳିଥିବା ଡିଜିପି ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ମିଳିଥିବା କହିଛନ୍ତି ଡିଜିପି ।

ମାଓବାଦୀଙ୍କୁ ହିଂସା ଛାଡି ଆତ୍ମସମର୍ପଣ କରିବାକୁ ଅପିଲ କରିଛନ୍ତି ଡିଜିପି ଅଭୟ । ସ୍ୱାଭିମାନ ଅଂଚଳକୁ ମାଓ ମୁକ୍ତ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ଡିଜିପିଙ୍କ ସହ କ୍ୟାମ୍ପ ଅଫିସ ପ୍ରେସମିଟରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ ଶର୍ମା ଓ ଆଇଜିପି ଅପରେସନ ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.