ପୁଣି କୋରୋନା ଚ୍ୟାଲେଂଜ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, କୋଭିଡ ନିୟମ ପାଳନ କଡାକଡି ପାଇଁ ନିର୍ଦ୍ଦେଶ, ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ବ୍ରହ୍ମପୁର -ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରବାସୀଙ୍କ ପାଇଁ ୱାର୍ଡ ଓ ପଂଚାୟତ ସ୍ତରରେ ରେଜିଷ୍ଟର ରଖାଯିବ । ପଂଚସୂତ୍ରୀ ନିୟମ ପାଳନ ନ କଲେ ଦୋକାନ ସିଲ୍ ହେବ । କୋଭିଡ ହସପିଟାଲ୍ ଓ ଆଇସୋଲେସନ ୱାର୍ଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବ୍ଲକ୍ ଓ ଏନଏସିରେ କୋଭିଡ କଂଟ୍ରୋଲ ରୁମ୍ ଖୋଲାଯିବ । ତାରାତାରିଣୀ ମନ୍ଦିର , ସୋନପୁର ଆଦି ସ୍ଥାନରେ ଭୋଜିଭାତକୁ ବାରଣ କରାଯାଇଛି । ମଲ୍ ଓ ଦୋକାନରେ କୋଭିଡ ନିୟମ ପାଳନର ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.