ଆଜିଠାରୁ ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର – ଆଜିଠାରୁ ବ୍ରହ୍ମପୁର ମହାନଗର ଅଂଚଳରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଂ ୧୧୨ଟି ଟିମ ଗଠନ ହୋଇଛି । ଏଏନଏମ, ଅଙ୍ଗନବାଡି କର୍ମୀ ଓ ଆଶା ଦିଦିଙ୍କୁ ନେଇ ଗଠିତ ହୋଇଛି ୧୧୨ଟି ଟିମ୍ । ଥର୍ମାଲ ସ୍କ୍ରିନିଂ, ଅକ୍ସିଜେନ ଯାଂଚ ସହ କୋରୋନା ଲକ୍ଷଣ ଚିହ୍ନଟ କରିବେ ସ୍ୱାସ୍ଥ୍ୟ ଯାଂଚ ଟିମ୍ ।

ଏହାଛଡା ବ୍ରହ୍ମପୁର ସହରକୁ କେତେ ପ୍ରବାସୀ ଫେରିଛନ୍ତି ଓ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି, ସେ ନେଇ ବି ତଥ୍ୟ ସଂଗ୍ରହ ହେବ । ୧୦ ଦିନ ଧରି ବ୍ରହ୍ମପୁର ସହରରେ ଏହି ଅଭିଯାନ ଚାଲିବ । ଗତବର୍ଷ ବ୍ରହ୍ମପୁରରେ ୭ ଥର ହୋଇଥିଲା ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ।

Comments are closed.