ବିହାର ରାୟ : କିଏ ଆଗୁଆ ,କିଏ ପଛୁଆ

ପାଟନା – ବିହାର ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଏନଡିଏ ଓ ମହାମେଂଟ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ନିର୍ବାଚନ ଲଢୁଥିବା କିଛି ହେଭିୱେଟ୍ ବି ସେମାନଙ୍କ ରାଜନୈତିକ ଭାଗ୍ୟ କଣ ହେବ ତାହାକୁ ଅପେକ୍ଷା କରିଛନ୍ତି ।

ଆରଜେଡିର ତେଜସ୍ୱୀ ପ୍ରସାଦ ଯାଦବ ରାଘୋପୁର ଆସନରୁ ଆଗୁଆ ଅଛନ୍ତି । ଜିତନରାମ ମାଝି ଇମାମଗଂଜ ଆସନରୁ ପଛୁଆ ଅଛନ୍ତି । ଆରଜେଡିର ତେଜ ପ୍ରତାପ ଯାଦବ ହସନପୁରରୁ ଆଗୁଆ ଅଛନ୍ତି । ସୁଭାଷିନୀ ଶରଦ ଯାଦବ ବିହାରୀଗଂଜରୁ ପଛୁଆ ଅଛନ୍ତି । କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନା ପଛୁଆ ଅଛନ୍ତି । ବିଜେପିର ଶ୍ରେୟାସୀ ସିଂହ ଆଗୁଆ ଅଛନ୍ତି ।

Comments are closed.