କୋଭିଡ ସ୍ଥିତି ଅନୁସାରେ ନିଆଯିବ ‘ଅନଲକ’ ନିଷ୍ପତ୍ତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ଘଟୁଛି । କିଛି ଜିଲ୍ଲାକୁ ଛାଡିଦେଲେ ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଛି । ଆସନ୍ତା ୧୭ ତାରିଖରେ ରାଜ୍ୟରେ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଗ୍ରୀନ୍ ଜୋନ୍‌ରେ ଥିବା ଜିଲ୍ଲାଗୁଡିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ସବୁ ଅଂଚଳରେ କୋଭିଡ ପରିସ୍ଥିତି ନେଇ ସରକାର ସମୀକ୍ଷା କରୁଛନ୍ତି । ସ୍ଥିତି ଅନୁସାରେ ଅନଲକ୍ ବାବଦରେ ନିଷ୍ପତ୍ତି ନିଆଯିବ । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏସଆରସି ଗାଇଡଲାଇନ ଜାରି କରିବେ ବୋଲି ବିଜୟ ମହାପାତ୍ର କହିଛନ୍ତି ।

Comments are closed.