କରୋନା ଅପଡେଟ୍‌: ଦେଶରେ ଆଉ ୪୧,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୮୯୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ବି ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୧,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ମହାମାରୀ ଆଉ ୮୯୫ ଜଣଙ୍କର ମୁଣ୍ଡ ନେଇଛି । ୨୪ ଘଣ୍ଟାରେ କୋଭିଡ୍‌ରୁ ୪୧,୫୨୬ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି…

କେନ୍ଦ୍ରରୁ ଆସିନି ଟିକା, ରାଜ୍ୟରେ ପୁଣି ଥରେ ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ୱର- ପୁଣି କୋଭିଡ ଟିକାର ଅଭାବ । କେନ୍ଦ୍ରରୁ ଆବଶ୍ୟକ ଟିକା ଆସୁ ନ ଥିବାରୁ ରାଜ୍ୟରେ ପୁଣି ବାଧାପ୍ରାପ୍ତ ହୋଇଛି କୋଭିଡ ଟିକାକରଣ । ଆଜି ମାତ୍ର ୪ଟି ଜିଲ୍ଲାର ଅଳ୍ପ କେଇ କେନ୍ଦ୍ରରେ ଟିକାକରଣ ହେଉଛି । ଗଞ୍ଜାମ ଜିଲ୍ଲାର ୪, ନବରଙ୍ଗପୁରରେ ୪, ପୁରୀରେ ୪ ଓ ସୁନ୍ଦରଗଡ ଜିଲ୍ଲାରେ…

ମେସିଙ୍କ ଅପେକ୍ଷାର ଅନ୍ତ, ବ୍ରାଜିଲକୁ ହରାଇ ଆର୍ଜେଣ୍ଟିନା ଜିତିଲା କୋପା ଆମେରିକା ଟାଇଟଲ୍

ରିଓ ଡି ଜେନେରିଓ : ଶେଷରେ ଲିଓନେଲ ମେସିଙ୍କ ଦୀର୍ଘ ଦିନର ଯନ୍ତ୍ରଣାଦାୟକ ଅପେକ୍ଷାର ଅନ୍ତ ଘଟିଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଡିଫେଣ୍ଡିଂ ଚାମ୍ପିୟନ ବ୍ରାଜିଲକୁ ୧-୦ରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟଲ୍ ବିଜୟୀ ହୋଇଛି । ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ…

ରଥଯାତ୍ରା ପାଇଁ ଆଜି ଆଜ୍ଞାମାଳ ବିଜେ ନୀତି, ତିନି ରଥର ଚକ ଓ ଅଖରେ ତୈଳ ଲାଗି

ପୁରୀ- ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଆଜି ତିନି ରଥରେ ଆଜ୍ଞାମାଳ ବିଜେ ନୀତି ହେବ । ଆଜ୍ଞାମାଳ ବିଜେ ନୀତି ସଂପନ୍ନ ହେବା ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବ । ଏହାପରେ ତିନିରଥକୁ ସିଂହଦ୍ୱାର ଚକଡାକୁ ନିଆଯିବ । ଏଥର ବି କୋରୋନା ସଂକ୍ରମଣ ଯୋଗୁଁ ଭକ୍ତବତ୍ସଳ…

ରାଜ୍ୟରେ ଆଉ ୬୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୫ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୪ ହଜାର ୫୯୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।…

ବିଶ୍ୱ ଜନସଂଖ୍ୟା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଆସିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁସ୍ଥ ଓ ଶିକ୍ଷିତ ଜନସଂଖ୍ୟା ପ୍ରତି ଦେଶର ଶକ୍ତି ଓ ସାମର୍ଥ୍ୟ ହୋଇଥାଏ । ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଏକ ଭଲ ଭବିଷ୍ୟତ ପାଇଁ…

ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ରାତି ୮ରୁ ୪୮ ଘଣ୍ଟିଆ କର୍ଫ୍ୟୁ

ପୁରୀ - ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ରାତି ୮ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହେବ । ୧୩ ତାରିଖ ରାତି ୮ଟା ଯାଏଁ ବଳବତ୍ତର ରହିବ କର୍ଫ୍ୟୁ । ବଡଦାଣ୍ଡର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ବଡଦାଣ୍ଡରେ ଏହି ସମୟ ମଧ୍ୟରେ ଔଷଧ ଦୋକାନ ମଧ୍ୟ ଖୋଲିବ ନାହିଁ ।…

ରାଜ୍ୟରେ ନିୟନ୍ତ୍ରଣରେ କୋଭିଡ ସ୍ଥିତି, ଦିନକରେ ୨ ହଜାର ୨୮୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲଗିଛି ଦୈନିକ କୋରୋନା ସଂକ୍ରମଣ । ତିନି ହଜାର ତଳେ ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୨୮୨ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୩୧୫ ଏବଂ ସ୍ଥାନୀୟ ଅଂଚଳରୁ ୯୬୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…