ପାନାମା ପେପର ମାମଲାରେ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ୍

ନୂଆଦିଲ୍ଲୀ: ପାନାମା ପେପର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ୍ ଜାରି କରିଛି। ଫେମା ଆଇନ ଅଧୀନରେ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡି ନୋଟିସ ଜାରି କରି ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ କହିଥିଲା ।…

କରୋନା ଅପଡେଟ୍: ଦେଶରେ ଆଉ ୬୫୬୩ ମାମଲା ଚିହ୍ନଟ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପିଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫୬୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ମହାମାରୀ କାରଣରୁ ଦିନକରେ ଆଉ ୧୩୨ ଜଣଙ୍କର ମୃତ୍ୟୁ ହୋଇଛି। ୮୦୭୭ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ୧୬୪୬…

ଚିତ୍ତରଂଜନ ପଲାଇ ମୃତ୍ୟୁ ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ପୁରୀ – ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲାଇଙ୍କ ମୃତ୍ୟୁ ମାମଲାରେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ଦୁର୍ଘଟଣା ପରେ ପାଣିରେ ବୁଡି ଚିତ୍ତରଂଜନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭିସେରା ରିପୋର୍ଟ ଓ କ୍ରାଇମବ୍ରାଂଚ ତଦନ୍ତ ରିପୋର୍ଟ ଆସିଲେ,…

ବିବାହ ସଂସ୍କାର ବିଲକୁ ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ: ଝିଅମାନଙ୍କ ବିବାହ ବୟସ ବଢାଇବା ସଂକ୍ରାନ୍ତୀୟ ବିଲ୍ ଆଜି ସଂସଦରେ ଉପସ୍ଥାପନ କରାଯିବ। ଏହି ବିଲକୁ କଂଗ୍ରେସ ବିରୋଧ କରିବ ବୋଲି ଦଳର ସାଧାରଣ ସଚିବ (ସଂଗଠନ) କେସି ବେଣୁଗୋପାଳ କହିଛନ୍ତି । ସରକାର ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବଢ଼ାଇବା ନିଷ୍ପତ୍ତିକୁ…

ରାଜ୍ୟରେ ଶୀତ ଲହରୀ ଜାରି, ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ, ଦାରିଙ୍ଗବାଡି ସବୁଠାରୁ ଥଣ୍ଡା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହ୍ରାସ ପାଇଛି ରାତିର ତାପମାତ୍ରା । ରାଜ୍ୟର ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଓଡିଶାର କାଶ୍ମୀର ଦାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ହୋଇଛି । ଝାରସୁଗୁଡାରେ ରାତିର ତାପମାତ୍ରା ୫ ଦଶମିକ ୬ ଡିଗ୍ରୀ…

ରାଜ୍ୟରେ ଆଉ ୧୮୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୮୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୦୯ ଓ ସ୍ଥାନୀୟ ଅଂଚଳରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୪, କଟକରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…

ମହାନଦୀରେ ଓଡିଶାର ଦୀର୍ଘତମ ସେତୁ ଅଧିକ ଲୋକ ଓ ଅଧିକ ସ୍ଥାନକୁ ଯୋଡିବ, ବିକାଶ ବି ଅଧିକ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମହାନଦୀରେ ରାଜ୍ୟରେ ଦୀର୍ଘତମ ସେତୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ତା ପୂର୍ବରୁ ଏହି ‘ଟି’ ଆକୃତିର ସେତୁର କିଛି ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ଉପରେ ଏହି ଦୀର୍ଘତମ ସେତୁ ଅଧିକରୁ ଅଧିକ ଲୋକ ଓ ସ୍ଥାନକୁ ଯୋଡିବ ।…

ଆଜି ଲୋକସଭାରେ ଆଗତ ହେବ ନିର୍ବାଚନ ସଂସ୍କାର ବିଲ୍-୨୦୨୧, ଭୋଟର ତାଲିକା ସହ ଆଧାର ଲିଙ୍କ୍ ପାଇଁ ରହିଛି ପ୍ରସ୍ତାବ

ନୂଆଦିଲ୍ଲୀ: ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି ଲୋକସଭାରେ ନିର୍ବାଚନ ସଂସ୍କାର ବିଲ୍ ୨୦୨୧ ଉପସ୍ଥାପନ କରିବେ। ଏହି ବିଲ୍ ମାଧ୍ୟମରେ ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୦ ଏବଂ ଲୋକ ପ୍ରତିନିଧୀ ଆଇନ, ୧୯୫୧ରେ ସଂଶୋଧନ କରାଯିବ। ନିର୍ବାଚନ ସଂସ୍କାର ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି…