କୋଭିଶିଲ୍ଡ ଅଭାବ, ୫ଟି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ

ଭୁବନେଶ୍ୱର- ଆଜି ରାଜ୍ୟର ୫ଟି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ଝାରସୁଗୁଡା, ନୂଆପଡା, କୋରାପୁଟ, ନୟାଗଡ ଓ କେନ୍ଦ୍ରାପଡା ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । କୋଭିଶିଲ୍ଡ ଟିକା ଅଭାବ ଯୋଗୁଁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ ପଡିଛି । ଆଜି ରାଜ୍ୟର ୫୨୦ଟି ସେସନରେ ଟିକାକରଣ…

ରାଜ୍ୟରେ ଆଉ ୬୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୬୧ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଉ ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ବରଗଡ, ଗଞ୍ଜାମ, ମୟୂରଭଞ୍ଜ ଓ ପୁରୀରୁ ୬ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସମ୍ବଲପୁର ଓ…

ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ଦିନକରେ ୨ ହଜାର ୮୦୬ ନୂଆ ମାମଲା

ଭୁବନେଶ୍ୱର-ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି । ଦିନକରେ ୨ ହଜାର ୮୦୬ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୬୧୩ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୧୯୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୫୯୦, କଟକ ଜିଲ୍ଲାରୁ ୪୪୧, ଯାଜପୁରରୁ…

ଆଜି ମହାପ୍ରଭୁଙ୍କ ନବଯୈାବନ ଦର୍ଶନ

ପୁରୀ - ଅସୁସ୍ଥତା ଯୋଗୁଁ ଅଣସର ଘରେ ଦୀର୍ଘ ୧୫ ଦିନ ରହିଥିବା ମହାପ୍ରଭଙ୍କୁ ଆଜି ନବଯୌବନ ଦର୍ଶନ । ଅଣସର ପିଣ୍ଡିରେ ଆଜି ଲାଗି ହେବ ମହାପ୍ରସାଦ । ୧୫ ଦିନ ପରେ ଦର୍ଶନ ଦେବେ ଶ୍ରୀଜିଉ । ତେବେ କୋରୋନା କାରଣରୁ ଭକ୍ତ ନବଯୌବନ ଦେଖିପାରିବେ ନାହିଁ । ୧୨ ବର୍ଷ ପରେ ତିନି ଦିନ ଧରି ହେଉଛି…

ଟୋକିଓରେ ପଦକ ଜିତିଲେ ଓଡିଶା କ୍ରୀଡାବିତଙ୍କୁ ଆର୍ଥିକ ପୁରସ୍କାର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସ୍ୱର୍ଣ୍ଣ…

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ମହାପ୍ରଭୁଙ୍କ ନୀତିକାନ୍ତି ତଥା କୋଭିଡ ନିୟମ ପାଳନ ଉପରେ ଗୁରୁତ୍ଵ

ଭୁବନେଶ୍ବର: ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣା ଯାଇଛି । ଗତବର୍ଷ…

ବର୍ଷ-ତମାମ ଇକୋ-କଟେଜ ସୁବିଧା ପାଇଁ ପ୍ରଚେଷ୍ଟା ଆରମ୍ଭ: ଘରୋଇ ଅଂଶୀଦାର ସହଭାଗିତାରେ ପ୍ରକଳ୍ପ ନିର୍ମାଣ ନିମନ୍ତେ…

ଭୁବନେଶ୍ବର:  ବିଶ୍ବସ୍ତରୀୟ ଇକୋ-ରିଟ୍ରିଟ୍ ହବ୍ ର ସଫଳ ଆୟୋଜନ ପରେ ରାଜ୍ୟରେ ବର୍ଷ-ତମାମ ଇକୋ-କଟେଜ ସୁବିଧା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ  ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ବିଷୟରେ…