‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ‘ଓଡିଶା ୱାଟର ଏକାଡେମୀ’ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକାଡେମୀ ଜଳ ଏବଂ ବର୍ଜ୍ୟଜଳ ସେବା ଯୋଗାଣ କ୍ଷେତ୍ରରେ ଏକ ଅଗ୍ରଣୀ ତାଲିମ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ | ଗ୍ରାହକଙ୍କ…

ବାଲେଶ୍ବରବାସୀଙ୍କୁ ଦେଇଥିବା କଥା ରଖିଲେ ନବୀନ : ୧୫୫ କୋଟିର ବିଭିନ୍ନ ପ୍ରକଳ୍ପ ଘୋଷଣା

ଭୁବନେଶ୍ବର: ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟ ରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ଯାୟ ଉଚ୍ଚ ସ୍ତରୀୟ…

ସାର୍ଥକ ଷଡଙ୍ଗୀ ହେବେ ପଶ୍ଚିମାଞ୍ଚଳ ପୋଲିସ ଆଇଜି

ଭୁବନେଶ୍ୱର – ସାର୍ଥକ ଷଡଙ୍ଗୀଙ୍କୁ ପଶ୍ଚିମାଂଚଳ ପୋଲିସ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଏବେ ସାର୍ଥକ ଷଡଙ୍ଗୀ ଉତ୍ତର –କେନ୍ଦ୍ରାଚଂଳ ଡିଆଇଜି ଅଛନ୍ତି । ବର୍ତ୍ତମାନର ପଶ୍ଚିମାଂଚଳ ଆଇଜି କବିତା ଜଲାନ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଉପମହାନିର୍ଦ୍ଦେଶକ…

ରମଜାନ ମାସ ପାଇଁ କଟକ ମହାନଗର ନିଗମର କଟକଣା ଜାରି

କଟକ- ପବିତ୍ର ରମଜାନମାସ ପାଇଁ କଟକଣା ଜାରି କରିଛି କଟକ ମହାନଗର ନିଗମ । ମସଜିଦରେ ସର୍ବାଧିକ ୧୦୦ ଜଣଙ୍କୁ ନମାଜ ପାଇଁ ଅନୁମତି ଦିଆଯାଇଛି । ପ୍ରାର୍ଥନାସ୍ଥଳୀର ୫୦ ପ୍ରତିଶତ ଜାଗା ବ୍ୟବହାର କରାଯାଇପାରିବ । ପ୍ରବେଶ ପାଇଁ ଟୋକନ ବ୍ୟବସ୍ଥାକରିବେ ମସଜିଦ କର୍ତ୍ତୃପକ୍ଷ । ୫ ବର୍ଷରୁ କମ୍ ପିଲା…

ଗଂଜାମ ଜିଲ୍ଲାରେ କୋଭିଡ ମୁକାବିଲା କୌଶଳ ଉପରେ ସରଂପଚମାନଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଥିବା ବେଳେ ପ୍ରଶାସନ ଏହାର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି । ଗାଁ ଗହଳିରେ ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । କୋଭିଡ ସ୍ଥିତି ଏହାର ମୁକାବିଲା କୌଶଳ ସଂପର୍କରେ ଆଜି ଜିଲ୍ଲା…

କୋରୋନା ସଂକ୍ରମଣ ଦୃଷ୍ଟିରୁ ସୁନ୍ଦରଗଡରେ ଲୋକଙ୍କୁ ସରକାରୀ ଅଫିସ ମନା

ସୁନ୍ଦରଗଡ- କୋରୋନା ସଂକ୍ରମଣ ଦୃଷ୍ଟିରୁ ସୁନ୍ଦରଗଡରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା ହୋଇଛି । ତହସିଲ, ବ୍ଲକ୍‌, ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି । ଅତି ଜରୁରୀ କାମ ନ ଥିଲେ ଅଫିସ ନ ଆସିବାକୁ ଜିଲ୍ଲାପାଳ ନିଖିଲ ପଓ୍ବନକଲ୍ୟାଣ ନିବେଦନ…

ଶ୍ରୀମନ୍ଦିରର ୨୩ ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ

ପୁରୀ – ଶ୍ରୀମନ୍ଦିରରେ ୨୩ ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ୭ ସେବାୟତ ଓ ୩ ପରିବାର ସଦସ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଶ୍ରୀମନ୍ଦିରର ୩ ଜଣ କର୍ମଚାରୀ, ଜଣେ ମାଳୀ ଓ ଜଣେ ମନ୍ଦିର ପୋଲିସ ପଜିଟିଭ ଚିହ୍ନଟ ହୋଇଛନ୍ତି । ନିଃଶୁଳ୍କ ଜୋତାଷ୍ଟାଣ୍ଡ୍‌ର…