ସରକାରୀ ହସ୍ପିଟାଲରୁ ଚୋରି ହୋଇଗଲା ୩୫୦ ଡୋଜ୍ କରୋନା ଟିକା

ଜୟପୁର - ଦେଶର ଅନେକ ରାଜ୍ୟରେ କରୋନା ଟିକାର ଅଭାବ ନେଇ ଅଭିଯୋଗ ହେଉଥିବାବେଳେ ଏବେ ଟିକା ଚୋରି ନେଇ ଖବର ଆସିଛି । ରାଜସ୍ଥାନର ରାଜଧାନୀ ଜୟପୁରରୁ ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଜୟପୁରର ଏକ ସରକାରୀ ଡାକ୍ତରଖାନାରୁ ୩୨୦ ଡୋଜ୍ 'କୋଭାକ୍ସିନ' ଟିକା ଚୋରି ହୋଇଯାଇଛି।…

କରୋନା କବଳରେ ତିହାର ଜେଲ୍, ୬୮ କଏଦୀ, ୧୧ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ ଏବେ କରୋନା କବଳିତ ହୋଇପଡିଛି । ମାତ୍ର ୧୨ ଦିନ ମଧ୍ୟରେ ତିହାର ଜେଲର ୬୮ ଜଣ କଏଦୀ ଏବଂ ୧୧ ଜଣ ଜେଲ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରେ ମାଣ୍ଡୋଲି ଜେଲର ଜେଲ ଅଧୀକ୍ଷକ ଏବଂ ତିହାର ଜେଲର ଦୁଇଜଣ ଡାକ୍ତର ଅଛନ୍ତି। ଏଭଳି ପରିସ୍ଥିତିରେ…

ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ - କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ବୋର୍ଡ ପରୀକ୍ଷା ସମ୍ପର୍କରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଦଶମ ଶ୍ରେଣୀ ପରୀକ୍ଷା ବାତିଲ…

ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ର ହେଲା କାର୍ଯ୍ୟକାରୀ, ଉଦଘାଟନ କଲେ ପୁରୀ ଆସିଥିବା ଦୁଇ ବୟସ୍କ ଭକ୍ତ

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ, କର୍ମଚାରୀ ଓ ଏଠାକୁ ଆସୁଥିବା ଅଗଣିତ ଭକ୍ତମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛି । ଭକ୍ତ, ସେବାୟତ ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ଏହି ପ୍ରାଥମିକ ଚିକିତ୍ସା…

ଭୀମସାର ଓ ରାଉରକେଲାରେ ମୁଖ୍ୟ ଶାସନ ସଚିବ

ବୁର୍ଲାରେ ହେବ ୫୨୫ ଶଯ୍ୟାର ୨ କୋଭିଡ ହସପିଟାଲ ସମ୍ବଲପୁର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମ୍ବଲପୁର ଏବଂ ରାଉରକେଲା ଗସ୍ତ କରି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି ସକାଳୁ ସ୍ବତନ୍ତ୍ର ହେଲିକପଟର ଯୋଗେ ଜମାଦାରପାଲିରେ ଅବତରଣ କରି ବୁର୍ଲାରେ ପହଞ୍ଚିଥିଲେ । ଭୀମସାର ଆସି…

କୋରୋନା ସଂକ୍ରମଣ : ଆଜିଠାରୁ ଗଞ୍ଜାମ ଜିଲ୍ଲାର ସବୁ ଧାର୍ମିକ ସ୍ଥଳ, ପାର୍କ, ବେଳାଭୂମି ଓ ହ୍ରଦ ୨୧ ତାରିଖ ଯାଏଁ ବନ୍ଦ

ବ୍ରହ୍ମପୁର- କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆଜିଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ଆଜିଠାରୁ ୨୧ ତାରିଖ ଯାଏଁ ବନ୍ଦ କରିଦିଆଯାଇଛି । ଗତକାଲି ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଆଜିଠାରୁ ଧର୍ମପୀଠ ସହ ପାର୍କ, ସମୁଦ୍ର ବେଳାଭୂମି, ହ୍ରଦ ମଧ୍ୟ ୨୧…

ମହାବିଷୁବ ସଂକ୍ରାନ୍ତି , ଓଡିଆ ନବବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ,ସମୃଦ୍ଧିରେ ଭରିଯାଉ…