ହାଇଦର୍ ଫେରାର ଘଟଣାରେ ଜଣେ ହାବିଲଦାର ଓ ୫ କନେଷ୍ଟବଳ ସସପେଣ୍ଡ୍

କଟକ- ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ୬ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ୍ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ଓ ୫ କନେଷ୍ଟବଳଙ୍କୁ ସସପେଣ୍ଡ୍ କରିଛନ୍ତି ସମ୍ବଲପୁର ଏସପି । ହାଇଦରକୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କ୍ରାଇମବ୍ରାଂଚ ଏଡିଜି ସୂଚନା ଦେଇଛନ୍ତି ।…

‘ଟିକା ଉତ୍ସବ’ କରୋନା ବିରୋଧରେ ଦ୍ୱିତୀୟ ବଡ଼ ଲଢ଼େଇ: ମୋଦି

ନୂଆଦିଲ୍ଲୀ - ଦେଶରେ କରୋନା ସଂକ୍ରମଣ ବିସ୍ଫୋରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ‘ଟିକା ଉତ୍ସବ’ । ଏପ୍ରିଲ ୧୪ ଯାଏଁ ପାଳନ ହେବାକୁ ଥିବା ‘ଟିକା ଉତ୍ସବ’ ସହ କୋଭିଡ୍‌-୧୯ ବିରୋଧରେ ଦ୍ୱିତୀୟ ବଡ଼ ଲଢ଼େଇ ଆରମ୍ଭ ହୋଇଛି ବୋଲି…

ଜାମ୍ମୁକାଶ୍ମୀର: ସୋପିଆନରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରେ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର – ଜାମ୍ମୁକାଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀଙ୍କ ସହ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ତିନି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟା ନାବାଳିକା ରହିଛି । ତାକୁ ସୁରକ୍ଷା ବାହିନୀ ଆତ୍ମସର୍ମପଣ କରିବାକୁ ସୁଯୋଗ ଦେଇଥିଲେ, ହେଲେ ସେ ଶୁଣିନଥିଲା ।…

ପ୍ରଥମ ଥର ଦେଢ଼ ଲକ୍ଷ ଟପିଲା କରୋନା ସଂକ୍ରମଣ, ଆଉ ୮୩୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଭାରତରେ କରୋନା ବିସ୍ଫୋରଣ ଜାରି ରହିଛି । ଚଳିତ ମାସ ଆରମ୍ଭରୁ ଦୈନିକ ସଂକ୍ରମଣରେ ନୂଆ ରେକର୍ଡ ହେଉଛି । ଗତ ୨୪ ଘଣ୍ଟାରେ ପୁଣି ରେକର୍ଡ ଦୈନିକ ମାମଲା ଆସିଛି । ପ୍ରଥମ ଥର ପାଇଁ ଭାରତରେ ଦୈନିକ ମାମଲା ଦେଢ଼ ଲକ୍ଷ ଟପିଛି । ଦିନକରେ ଭାରତରେ ୧୫୨,୮୭୯ ରୋଗୀ ଚିହ୍ନଟ ହୋଇଛନ୍ତି ।…

ଏସସିବିରୁ ହାଇଦର ଫେରାର ଘଟଣାର ତନାଘନା ଜାରି

କଟକ- ଏସସିବିରୁ ଫେରାର ହୋଇଯାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଧରପଗଡ ଆରମ୍ଭ ହୋଇଛି । ଫେରାର ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଛି ବୋଲି ଏସିପି କହିଛନ୍ତି । କଟକ ଡିସିପିଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଏସପିଙ୍କୁ…

ରାଜ୍ୟର ୧ ହଜାର ୩୭୯ ନୂଆ କୋରୋନା ସଂକ୍ରମିତ ଚିହ୍ନଟ,ସୁନ୍ଦରଗଡରୁ ୩୧୭, ଖୋର୍ଦ୍ଧାରୁ ୧୫୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୧ ହଜାର ୩୭୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୦୮ ଓ ସ୍ଥାନୀୟ ଅଂଚଳରୁ ୫୭୧ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୧୭, ଖୋର୍ଦ୍ଧାରୁ ୧୫୮, ନୂଆପଡାରୁ ୯୦, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୭୧ ପଜିଟିଭ ଚିହ୍ନଟ…