ଟିକାର ଦୁଇଟି ଯାକ ଡୋଜ୍ ନେବା ସତ୍ତ୍ୱେ କରୋନା ସଂକ୍ରମିତ ହେଲେ ଦିଲ୍ଲୀର ୩୭ ଡାକ୍ତର

ନୂଆଦିଲ୍ଲୀ - ସାର୍ ଗଙ୍ଗାରାମ ହସ୍ପିଟାଲ୍‌ର ୩୭ ଡାକ୍ତର କରୋନା ପଜିଟିଭ୍ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେବା ସତ୍ତ୍ୱେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଟିକା ନେବା ସତ୍ତ୍ୱେ ଏହି ଘରୋଇ ହସ୍ପିଟାଲର୍…

ଏଥର ବିନା ଭକ୍ତରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର- ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣ ରଥଯାତ୍ରା ଏଥର ବିନା ଭକ୍ତରେ ହେବ । ରଥଯାତ୍ରା ଓ ବାହୁଡା ଯାତ୍ରାରେ ଭକ୍ତଙ୍କ ଉପସ୍ଥିତି ରହିବ ନାହିଁ । କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ରୁକୁଣା ରଥଯାତ୍ରା କେବଳ ସେବାୟତଙ୍କୁ ନେଇ ହେବ ।…

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଏକାଧିକ ସତର୍କତାମୂଳକ ପଦକ୍ଷେପ ନେଇସାରିଛନ୍ତି । ରାଜ୍ୟର କୋରୋନା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଟିକା ଅଭାବ ଯୋଗୁଁ ସୋନପୁର ଓ କୋରାପୁଟରେ ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକାକରଣ ନେଇ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଯେ, ଟିକା ଅଭାବ ଯୋଗୁଁ ଗତକାଲି ୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ସୋନପୁର ଓ କୋରାପୁଟରେ ଗତକାଲି ଟିକାଦାନ ହୋଇ ନ ଥିଲା ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ…

ଆଜିଠୁ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶରେ ସପ୍ତାହାନ୍ତ ଲକ୍‌ଡାଉନ୍‌

‌ମୁମ୍ବାଇ/ଭୋପାଳ – କ୍ରମାଗତ ବଢ଼ୁଥିବା କରୋନା ମାମଲା ଦୃଷ୍ଟିରୁ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ସରକାର ନୂଆ କଟକଣା ଜାରି କରିଛନ୍ତି । ଏହି ଦୁଇ ରାଜ୍ୟର କିଛି ପ୍ରମୁଖ ସହରରେ ଆଜି ଠାରୁ ସପ୍ତାହାନ୍ତ ଲକ୍‌ଡାଉନ୍ ଲାଗୁ ହେବ । ଆଜି ରାତି ୮ରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଭାରତର…

ଭିଜିଲାନ୍ସ ଜାଲରେ କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ

ଭୁବନେଶ୍ୱର- ଆଜି କଟକ ସ୍ଥିତ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର)ଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଦିଲୀପ କୁମାର ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ଆୟବହିର୍ଭୂଚ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ଥିବା ଫରେଷ୍ଟ…

ଦେଶରେ କରୋନା ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଲା, ଦିନକରେ ୧.୩୧ ଲକ୍ଷ ମାମଲା, ୭୮୦ ମୃତ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣି ପ୍ରତିଦିନ ନୂଆ ରେକର୍ଡ କରୁଛି । ଏପରିକି ଗତବର୍ଷ ତୁଳନାରେ ସ୍ଥିତି ଆହୁରି ଭୟଙ୍କର ହୋଇଛି । ଗତ ୨୪ ଘଣ୍ଟାରେ ଭାରତରେ ୧୩୧,୯୬୮ ମାମଲା ସାମ୍ନାକୁ ଆସିଛି । ଦୈନିକ ସଂକ୍ରମଣରେ ଏହା ହେଉଛି ସର୍ବକାଳୀନ ରେକର୍ଡ । ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ଚାରି…

ଗଞ୍ଜାମ ଜିଲ୍ଲାର ଦର୍ଶନୀୟ ସ୍ଥାନରେ ଭିଡ ହ୍ରାସ ପାଇଁ ପ୍ରଶାସନର ପଦକ୍ଷେପ

ବ୍ରହ୍ମପୁର – କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଦର୍ଶନୀୟ ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ କମ୍ କରିବାକୁ ପଦକ୍ଷେପ ସଂପର୍କରେ ଘୋଷଣା କରାଯାଇଛି । ଏଣିକି ଗୋପାଳପୁର ଓ ସୁନାପୁର ବେଳାଭୂମି ପ୍ରତି ଶନିବାର ଓ ରବିବାର  ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।…