ଓଡିଶା ବିଧାନସଭାରେ ହାଥ୍ରସ ତାତି, ରାହୁଲଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କଂଗ୍ରେସ ବିଧାୟକଙ୍କ ଗୃହରେ ହଟ୍ଟଗୋଳ, ମୋଦି ଓ ଯୋଗୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର – ସାରାଦେଶରେ ଆକ୍ରୋଶ ସୃଷ୍ଟି କରିଥିବା ୟୁପିର ହାଥ୍ରସ ଗଣଦୁ୍‌ଷ୍କର୍ମ ଓ ହତ୍ୟାର ତାତି ଓଡିଶା ବିଧାନସଭାରେ ଅନୁଭୂତ ହୋଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୟୁପି ପୋଲିସର ଦୁର୍ବ୍ୟବହାର ଓ ଧସ୍ତାଧସ୍ତି ଘଟଣାର ବିରୋଧରେ ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ । ଏହି ଘଟଣା ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ସେମାନଙ୍କ ଇସ୍ତଫା ଦାବି କରିଛନ୍ତି ।

Comments are closed.