ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଥିବା ନେଇ ବିଏମସିର ସୂଚନା

ଭୁବନେଶ୍ୱର- ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ବିଏମସି ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ଜୁଲାଇ ଶେଷ ସୁୁଦ୍ଧା ଟାର୍ଗେଟ ପୂରଣ ହୋଇଛି । ୨ଟି ଡୋଜ୍ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ୍ ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ୍ ଟିକା ଦିଆଯାଇଥିବା ସେଠୀ କହିଛନ୍ତି । ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୭ ଲକ୍ଷ ୭୬ ହଜାର ୧୫୦ ଜଣ ୨ ଡୋଜ୍ ଟିକା ନେଇସାରିଛନ୍ତି । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ । ସବୁ ଟିକା କେନ୍ଦ୍ର ଖୋଲା ରହିିଛି ବୋଲି ସେଠୀ ସୂଚନା ଦେଇଛନ୍ତି ।

Comments are closed.