ନାବାଳିକା ମୃତ୍ୟୁ ମାମଲା : ଏସଆଇଟି ମୁଖ୍ୟଙ୍କ ନୟାଗଡ ଗସ୍ତ

ନୟାଗଡ- ନାବାଳିକା ମୃତ୍ୟୁ ମାମଲା ନେଇ ଆଜି ଅପରାହ୍ନରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନୟାଗଡ ଗସ୍ତ କରିଛନ୍ତି । ଜିଲ୍ଲା ସଦର ମହକୁମାରେ ଥିବା ସର୍କିଟ ହାଉସରେ ସେ ନାବାଳିକା ପରୀ ମୃତ୍ୟୁ ମାମଲା ନେଇ ପୋଲିସ ପ୍ରଶାସନ ସହ ଆଲୋଚନା କରିଥଲେ ।

ଏହାପରେ ସେ ଯଦୁପୁର ଗାଁକୁ ଛାନଭିନ ପାଇଁ ଯାଇଥିଲେ । ନାବାଳିକା ପରୀ ମୃତ୍ୟୁ ନେଇ ରାଜନୈତିକ ହଟମଚମଟ ସୃଷ୍ଟି ହେଲା ପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ତଦାରଖରେ ମାମଲାର ଏସଆଇଟି ଯାଂଚ ପାଇଁ ନିଷ୍ପତି ନେଇଥିଲେ ।

Comments are closed.