କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର- ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନୁସୂଚିତ ଜାତି ଓ ଜନଜାତି, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ସଂସଦୀୟ ବ୍ୟାପାର ଓ ଇସ୍ପାତ ଏବଂ ଖଣି ବିଭାଗ…

କୁରାନରୁ ୨୬ଟି ପଦ ହଟାଇବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୁରାନରୁ ୨୬ଟି ପଦ ହଟାଇବା ସହ ଜଡିତ ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହା ସହିତ ଆବେଦନକାରୀଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ଶିଆ ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି ଏକ ଜନସ୍ୱାର୍ଥ ମାମଲା (ପିଏଲ) ଦାଖଲ କରିଥିଲେ…

ଭାରତରେ ‘ସ୍ପୁଟନିକ-୫’ ଟିକାର ବ୍ୟବହାର ଉପରେ ଆଜି ହେବ ନିଷ୍ପତ୍ତି

ନୂଆଦିଲ୍ଲୀ – ଭାରତରେ ରୁଷିଆର କରୋନା ଟିକା ‘ସ୍ପୁଟନିକ-୫’ର ଜରୁରୀ ବ୍ୟବହାର ନେଇ ଆଜି ଟିକା ବିଶେଷଜ୍ଞ ପ୍ୟାନେଲର ବୈଠକ ବସିବ । ହାଇଦ୍ରାବାଦର ଡକ୍ଟର ରେଡ୍ଡୀସ୍ ଲ୍ୟାବ୍ ଭାରତରେ ‘ସ୍ପୁଟନିକ-୫’ ଟିକା ତିଆରି କରୁଛି । ଏହି କୋଭିଡ୍ ଟିକା ସଂକ୍ରମଣ ରୋକିବାରେ ୯୧.୬ ପ୍ରତିଶତ ପ୍ରଭାବଶାଳୀ…

ରାଜ୍ୟରେ ଆଜି ୭୦୦ ଟିକାଦାନ କେନ୍ଦ୍ର ବନ୍ଦ, ଖୋଲିଛି ୭୭୫, ଆଜି ପହଂଚିବ୨ ଲକ୍ଷ ୭୧ ହଜାର କୋଭିଶିଲ୍ଡ

ଭୁବନେଶ୍ୱର- କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଆଜି ରାଜ୍ୟକୁ ୨ ଲକ୍ଷ ୭୧ ହଜାର କୋଭିଶିଲ୍ଡ ଟିକା ଆସିବ । ଆଜି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ୭୭୫ଟି କେନ୍ଦ୍ର ଚାଲିଛି । ଭୁବନେଶ୍ୱରରେ ୮ଟି ସ୍ଥାନରେ ଟିକାକରଣ ଆରମ୍ଭ…

ସୁପ୍ରିମକୋର୍ଟର ୫୦%ରୁ ଊର୍ଦ୍ଧ୍ୱ କର୍ମଚାରୀ କରୋନା ପଜିଟିଭ୍

‌ନୂଆଦିଲ୍ଲୀ – ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରୋନା ପଶିଛି । ସୁପ୍ରିମକୋର୍ଟର ପ୍ରାୟ ୫୦%ରୁ ଊର୍ଦ୍ଧ୍ୱ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସବୁ ବିଚାରପତି ଘରୁ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି । ଶୁଣାଣି ମଧ୍ୟ ଭିଡିଓ କନଫରେନ୍ସିଂ…

ପୁଣି ରେକର୍ଡ ସଂକ୍ରମଣ: ଦିନକରେ ଆସିଲା ୧.୬୮ ଲକ୍ଷ ମାମଲା, ସଂକ୍ରମଣରେ ବ୍ରାଜିଲକୁ ଟପିଲା ଭାରତ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧.୬୮ ଲକ୍ଷ ମାମଲା ଚିହ୍ନଟ ହୋଇଛି । ଏଥିସହ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ଟପିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଭାରତ ଏବେ ବ୍ରାଜିଲକୁ ଟପିଯାଇଛି । ସର୍ବାଧିକ ପ୍ରଭାବିତ ଦେଶ…