Browsing Tag

IMD

ଓଡିଶା ପାଇଁ ପୁଣି ବାତ୍ୟା ବିପଦ, ୪ ତାରିଖରେ ସ୍ଥଳଭାଗ ଛୁଇଁବ, ୩ ତାରିଖ ରାତିରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର – ଓଡିଶା ପାଇଁ ପୁଣି ବାତ୍ୟା ବିପଦ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇ ଦେଇଛନ୍ତି । ଡିସେମ୍ବର ୪ ତାରିଖ ସକାଳେ ସମ୍ଭାବ୍ୟ…

ଆସନ୍ତା ୯ ଘଣ୍ଟାରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ୪୮ ଘଣ୍ଟାରେ ଅବପାତରେ ପରିଣତ ନେଇ ପୂର୍ବାନୁମାନ

ଭୁବନେଶ୍ୱର- ଆସନ୍ତା ୯ ଘଣ୍ଟାରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ । ଡିସେମ୍ବର ୩ ରାତି ବା ୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସଂଧ୍ୟାରୁ…

ସମ୍ଭାବ୍ୟ ଲଘୁଚାପ ବର୍ଷାର ମୁକାବିଲା ନେଇ ତତ୍ପରତା, ଅମଳ ଧାନର ସୁରକ୍ଷା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି ସରକାର । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମଣ୍ଡିରେ ଧାନ ଥିଲେ ଘୋଡାଇ ରଖିବାକୁ ନିର୍ଦ୍ଦେଶ…

ଡିସେମ୍ବର ୨ ରୁ ୪ ଯାଏଁ ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷା, ବାତ୍ୟା ହେବା ନେଇ ସ୍ପଷ୍ଟ ସୂଚନା ନାହିଁ

ଭୁବନେଶ୍ୱର- ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ତାରିଖରୁ ୪ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ, ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ…

ଡିସେମ୍ବର ପ୍ରଥମ ସପ୍ତାହରେ ଓଡିଶାରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର- ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପେ ନେବା ପୂର୍ବାନୁମାନ କରାଯାଇଛି । ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା କରାଯାଉଛି । ବାତ୍ୟା ହେଲେ ଏହା…

ଆନ୍ଧ୍ର ପ୍ରଦେଶରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ୮ ମୃତ, ୧୨ ନିଖୋଜ

ବିଜୟାଓ୍ବାଡା: ଆନ୍ଧ୍ରପ୍ରଦେଶରେ ତିନିଟି ଜିଲ୍ଲା ରୟାଲାସିମା ଏବଂ ଦକ୍ଷିଣ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଜନିତ ଘଟଣାରେ ରାଜ୍ୟରେ ଏଯାବତ୍ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। କଡପା ଜିଲ୍ଲାରେ ବାରଜଣ ଲୋକ ନିଖୋଜ ଅଛନ୍ତି । ବାୟୁସେନା,…