ଦେଶଦ୍ରୋହ ମାମଲା: ଗିରଫଦାରୀରୁ ସୁଲତାନାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

ଥିରୁଭନନ୍ତପୁରମ: ଦେଶଦ୍ରୋହ ମାମଲାରେ ଫିଲ୍ମ ନିର୍ମାତା ଆୟେଶା ସୁଲତାନାଙ୍କୁ କେରଳ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ତାଙ୍କ ଗିରଫ ଉପରେ ଏକ ସପ୍ତାହ ପାଇଁ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଅଶୋକ ମେନନଙ୍କ ଜଣିକିଆ ଖଣ୍ଡପୀଠ ସୁଲତାନାଙ୍କୁ ଏହି ମାମଲାର ତଦନ୍ତରେ ସହଯୋଗ କରିବା…

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ, ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ସାମିଲ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ହକି ଇଣ୍ଡିଆ ଗୁରୁବାର ୧୬ ଜଣିଆ ମହିଳା ହକି ଦଳ ଘୋଷଣା କରିଛି । ଏଥିରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପଗ୍ରେସ୍ ଏକ୍କା ସ୍ଥାନ ପାଇଛନ୍ତି । ଦଳରେ ୮ ଅଲିମ୍ପିକ୍ ଡେବୁଟାଣ୍ଟ୍ ଅଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ…

ଆଣ୍ଟିଲିଆ ମାମଲା: ପୂର୍ବତନ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ଗିରଫ

ମୁମ୍ବାଇ: ଆଣ୍ଟିଲିଆ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ଆଉ ଜଣେ ପୋଲିସ୍ ଅଫିସରଙ୍କୁ ଗିରଫ କରିଛି । ଗିରଫ ପୋଲିସ୍ ଅଫିସର୍ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା । ଏନ୍‌ଆଇଏ ଟିମ୍ ଆଜି ସକାଳ ପ୍ରାୟ ୬ଟା ୩୦…

ରାଜସ୍ଥାନ ବିଜେପିରେ ଫାଟ, ଦଳୀୟ ବୈଠକକୁ ଆସୁ ନାହାନ୍ତି ବସୁନ୍ଧରା ରାଜେ

ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଦଳୀୟ ନେତୃବର୍ଗ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମଧ୍ୟରେ ମତଭେଦ ପଦାରେ ପଡ଼ିଛି । ରାଜେ କିଛି ଦିନ ହେଲା ଦଳୀୟ ବୈଠକରେ ଆଉ ଯୋଗ ଦେଉନାହାନ୍ତି । ସାଂଗଠନିକ କାର୍ଯ୍ୟରୁ ମଧ୍ୟ ସେ ଦୂରେଇ ରହୁଛନ୍ତି ।…