Browsing Tag

Jagannath Temple

ଦୀପାବଳୀ ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି

ପୁରୀ - ଦୀପାବଳୀ ପାଇଁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି ହୋଇଛି । ସିଂହଦ୍ୱାର ଓ ମନ୍ଦିର ଚାରିପଟେ ଜନସମାଗମକୁ ଏଡାଇବା ପାଇଁ ଜାରି ହୋଇଛି ନିଷେଧାଦେଶ । ଭୋର୍ ୪ଟାରୁ ଜାରି ହୋଇଛି ୧୪୪ ଧାରା । ମଧ୍ୟରାତ୍ର ଯାଏଁ ଏହି କଟକଣା ବଳବତ୍ତର ରହିବ । କାଉଁରିଆ କାଠ ଜାଳିବା ବେଳେ ପ୍ରବଳ ଭିଡ,…

ଶ୍ରୀମନ୍ଦିର ସିଂହଦ୍ୱାର ଓ ଚାରିପାଖରେ ୧୪୪ ଧାରା

ପୁରୀ –ଦୀପାବଳୀ ପାଇଁ ଆସନ୍ତାକାଲି ଭୋର୍ ୪ଟାରୁ ଶ୍ରୀମନ୍ଦିର ସିଂହଦ୍ୱାର ଓ ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । କାଲି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ ୧୪୪ ଧାରା । କୋଭିଡ ନିୟମ ଉଲ୍ଲଂଘନ ଓ ପ୍ରଦୂଷଣ ବୃଦ୍ଧି ଆଶଙ୍କା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।…

ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଆଜି ବନକଲାଗି ନୀତି, ଅପରାହ୍ନ ୪ରୁ ଦର୍ଶନ ବନ୍ଦ

ପୁରୀ - ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ହେବ । ଶ୍ରୀଜିଉମାନଙ୍କ ଏହି ନୀତି ସ୍ୱତନ୍ତ୍ର ନୀତି ଦୀର୍ଘ ୪ ଘଣ୍ଟା ଧରି ଚାଲିବ । ବନକଲାଗି ନୀତି ଯୋଗୁଁ ଅପରାହ୍ନ ୪ରୁ ରାତି ୮ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ…

ଆଜିଠାରୁ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା, ସେବାୟତଙ୍କ ପାଇଁ ନୂଆ ଡ୍ରେସକୋଡ୍ ଲାଗୁ

ପୁରୀ- ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କିନ୍ତୁ କୋରୋନା ଯୋଗୁଁ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା ହୋଇଛି । କଟକଣା ସତ୍ତ୍ୱେ ଭିଡ ସମ୍ଭାବନା ଥିବାରୁ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ସେବାୟତଙ୍କ ପାଇଁ ଆଜିଠାରୁ ଡ୍ରେସକୋଡ୍ ନିୟମ ବି ଲାଗୁ…

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉଙ୍କ ଦ୍ୟୁତକ୍ରୀଡା ଉତ୍ସବ

ପୁରୀ: ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଇଥିଲା । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚଉଦୋଳରେ…

ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଶ୍ରୀଜୀଉଙ୍କ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତି ‘ବାଳଧୂପ ‘

ବାଳ ଅପ୍ରାଧ ଯୋଗୁ ଶ୍ରୀଜଗନ୍ନାଥଙ୍କ ଠାରେ ପାଳିତ ହୋଇଥାଏ ବାଳଧୂପ । ଏହା ଶ୍ରୀଜୀଉ ମାନଙ୍କ ଏକ ସ୍ଵତନ୍ତ୍ର ନୀତି । ଏହା ପଛରେ ରହିଛି ସୁନ୍ଦର ଏକ କିମ୍ବଦନ୍ତୀ। ରାଜା ପ୍ରତାପରୁଦ୍ର ଦେବଙ୍କ ସମୟର ଏକ ଘଟଣା । ରାଜା ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତଥିଲେ । ଆଶ୍ୱିନ ମାସ ଅଷ୍ଟମୀ ଦିନ…

ଶ୍ରୀକ୍ଷେତ୍ରର ଐତିହ୍ୟ : ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା ଚକ୍ରବୁଲା ଏକାଦଶୀ

ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ, ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ ନୀତି ପାଳନ କରାଯାଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ସରିବା ପରେ ମଇଲମ ଓ ଶାଢ଼ୀ ଖଣ୍ଡୁଆ ଲାଗି ଝଡା ଆଳତି ବଢିଥାଏ। ଏହା ପରେ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ।ଏହିନିତୀ ପରେ ଶ୍ରୀ ମଦନମୋହନ ବେଶ ହୋଇ…